ମାଓ କ୍ୟାମ୍ପରେ ଚଢ଼ାଉ: ବନ୍ଧୁକ ଜବତ

mao

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାର ଭେଜି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଭେଜି ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ୨୦୨ କୋବ୍ରା ଟିମ୍ ଅପରେସନ କରିଥିଲେ। ଚଢ଼ଉ ବେଳେ ମାଓବାଦୀମାନେ ଖସିଯାଇଥିଲେ ମଧ୍ୟ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।

ଘଟଣାସ୍ଥଳରୁ ଯବାନ ଦୁଇଟି ବନ୍ଧୁକ, କିଟ୍ ବ୍ୟାଗ, ଗୁଳି, ସୋଲାର ଲାଇଟ ସହ ପୋଷାକ ଜବତ କରିଛନ୍ତି। ମାଓବାଦୀମାନେ କୌଣସି ବଡ଼ ଧରଣର ଯୋଜନା କରୁଥିବା ଅନୁମାନ କରି ଅପରେସନକୁ ଜୋରଦାର କରାଯାଇଛି।

Previous ArticleNext Article

Send this to a friend