ବିଜେଡିରେ ମିଶିଲେ ନାରାୟଣ

bjd

ବିଜେପୁର (ଓଡ଼ିଶା ରିପୋର୍ଟର): ପଦ୍ମ ଛାଡିଥିବା ବିଜେପି ନେତା ତଥା ବରଗଡ଼ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁ  ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇ ଶଙ୍ଖ ଧରିଛନ୍ତି। ଆଜି ବିଜେପୁରରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ସେ ଯୋଗ ଦେଇଛନ୍ତି।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ଗତ ମାସ ୨୧ ତାରିଖରେ ନାରାୟଣ ନବୀନ ନିବାସ ଆସିଥିଲେ। ନାରାୟଣଙ୍କ ସହ ଜିଲ୍ଲାର ଆଉ କିଛି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।  ସେପଟେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ପଦ ଛାଡିବା ପରେ ରାଜନୈତିକ ଉଷ୍ମତା ବଢିଛି।

Previous ArticleNext Article

Send this to a friend