ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକ, ଯୋଗଦେବେ ନବୀନ

pm,,

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗେରିଆ ଦେଶର ଦ୍ରୁତ ବିକାଶ ନେଇ ରୋଡ୍‌ମ୍ୟାପ୍‌ ଉପସ୍ଥାପନା କରିବେ। ଏଥିରେ ଆଗାମୀ ୧୫ ବର୍ଷ ପାଇଁ ଭିଜନ୍‌ ଡକ୍ୟୁମେଣ୍ଟ, ସାତବର୍ଷ ପାଇଁ ଷ୍ଟ୍ରାଟେଜି ଡକ୍ୟୁମେଣ୍ଟ ଏବଂ ତିନିବର୍ଷ ପାଇଁ ଆକ୍ସନ ପ୍ଲାନ ଉପସ୍ଥାପନା କରାଯିବ। ବୈଠକରେ ଜିଏସଟି ବିଲ ସଂପର୍କରେ ମଧ୍ୟ ଆଲୋଚନା ହେବ। ବୈଠକରେ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ, ଏକ୍ସ ଓଫିସିଓ ସଦସ୍ୟ ଏବଂ  ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ମଧ୍ୟ ଯୋଗ ଦେବେ।

୨୦୧୫ ଫେବୃଆରୀ ୮ ତାରିଖ ପରେ ଏହା ହେବ ଦ୍ୱିତୀୟ ଗଭର୍ଣ୍ଣିଂ କାଉନସିଲ ବୈଠକ।

Previous ArticleNext Article

Send this to a friend