ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ କୌଣସି ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

rrr

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗତକାଲି ମନ୍ତ୍ରିମଣ୍ଡଳରୁ ଡାକ୍ତର ଦାମୋଦର ରାଉତ ବହିଷ୍କାର ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି କଳ୍ପନାଜଳ୍ପନା ହୋଇଥିଲା। ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ ନାହିଁ। ଏପରି କୌଣସି ଯୋଜନା ନାହିଁ।”

ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ବିଜେଡି ବିଧାୟକ ଦାମୋଦର ରାଉତଙ୍କୁ ଭାରି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିଥିଲେ।

 

Previous ArticleNext Article

Send this to a friend