ଭରା କୁରୁସଭାରେ କାଠି ଗଡିବ… ରଙ୍ଗ ମାଖି ଚହଟିବେ ଦାମନନା

ଭୁବନେଶ୍ୱର:କଚେପୁଅ ବାର୍‌…। ଭରା କୁରୁ ସଭାରେ ପଶା କାଠି ଗଡ଼ିବ। ତମେ ତ ଜିତିବ, ଏହାତ ପଶା କାଠିର ଦାୟିତ୍ୱ…, ହେଲେ ପାପ ସମୁଦ୍ରରେ ବୁଡ଼ିବ, ଏଇଟା ମାମୁ ସକୁନିର କର୍ତୃତ୍ୱ …। ଶେଷରେ ବାଜି ଲାଗିବ ପାଞ୍ଚାଳୀ, ଆଉ ତା’ ପରେ ବସ୍ତ୍ରହରଣ…। ଏହି ଡାଇଲଗ ହେଉଛି ଯାତ୍ରା ସଚ୍ଚିଦାନନ୍ଦର ନୂଆ ନାଟକ “ମହାଭାରତରେ ରାଣୀ ଅର୍ଜୁନ” ନାଟକର। ଏଥିରେ ଯାତ୍ରା ଜଗତର ପ୍ରତଷ୍ଠିତ ଖଳନାୟକ ଦାମ ପଣ୍ଡା, ମାମୁ ସକୁନି ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କର ଅଭିନୟ ବେଶ୍‌ ଜବରଦସ୍ତ ହୋଇଛି। କହିବାକୁ ଗଲେ ରଙ୍ଗିନ ଦୁନିଆରେ ରଙ୍ଗ ମାଖି ଚଳିତ ସିଜିନ୍‌ରେ ଚହଟିବେ ଦାମ ନନା।
ଯାତ୍ରା ଦୁନିଆରେ ଅତି ପରିଚିତ ହେଉଛନ୍ତି ଦାମନନା। ବହୁ ନିକଟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛି। ୟୁନିକ୍‌ ଡାଇଲଗ ପାଇଁ ସେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ପରିଚିତ। ଗତ ଦୁଇଟି ସିଜିନ୍‌ରେ ସେ ଯାତ୍ରା ସଚ୍ଚିଦାନନ୍ଦରେ ରାଜ୍‌ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୋହୂ ନାଟକରେ ସେ ସକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ। ଉକ୍ତ ନାଟକରେ ତାଙ୍କର ସଂଳାପ ଉଚ୍ଚାରଣ ସ୍ମୃତିମଧୁର ହୋଇଥିଲା।

Previous ArticleNext Article

Leave a Reply

Your email address will not be published. Required fields are marked *