କ୍ୟାମ୍ପରେ ଚଢ଼ାଉ କରି ମାଓବାଦୀକୁ ମାରିଲେ ସୁରକ୍ଷାକର୍ମୀ

malkangiri mao

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଲୁଚାପାଣି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତିା ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍‌ଆର ବନ୍ଧୁକ ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।

ଗତ ଦୁଇରୁ ତିନି ମାସ ହେବ ବିଚ୍ଛିନ୍ନାଞ୍ଚଳରେ ମାଓବାଦୀମାନେ ବିଭିନ୍ନ ହିଂସାକାଣ୍ଡ ଘଟାଇ ସେମାନଙ୍କ ସ୍ଥିତି ଜାହିର କରି ଆସୁଥିଲେ। ଲୁଚାପାଲି ଜଙ୍ଗଲରେ ମାଓବାଦୀଙ୍କ ଶିବିର ରହିଛି। ଆଉ ଏଠାରେ ସେମାନେ ଯୋଜନା ସବୁ କରୁଥିବା ନେଇ ପୋଲିସ ପାଖରେ ସୂଚନା ଥିଲା। ତେଣୁ ବିଏସ୍‌ଏଫ୍ ଓ ଓଡ଼ିଶା ପୋଲିସର କିଛି ଯବାନ ଅପରେସନକୁ ଯାଇଥିଲେ। ଗତକାଲି ବିଳମ୍ୱିତ ରାତିରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା।

ଆଜି ସକାଳେ ପୋଲିସର ସର୍ଚ୍ଚ ଅପରେସନ୍‌ ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଛି। ମୁଖ୍ୟତଃ ଏସ୍‌ଏଲ୍‌ଆର ବନ୍ଧୁକ କ୍ୟାଡର୍‌ ମାଓବାଦୀମାନେ ଧରୁ ଥିବାରୁ ମୃତ ମାଓବାଦୀ କ୍ୟାଡ୍‌ର୍‌ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Previous ArticleNext Article

Send this to a friend