ବାଣୀବିହାରରେ ପ୍ରାକ୍ ନିର୍ବାଚନୀ ହିଂସା, ୨ ଆହତ

Student-injured-prior-to-campus-elections

ଭୁବନେଶ୍ୱର: ବାଣୀବିହାରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ୨ଜଣ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଆଶାୟୀ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କ୍ୟାମ୍ପସ ଭିତରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛିା ସୌମ୍ୟରଞ୍ଜନ ଏ ନେଇ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି।

ସୌମ୍ୟରଞ୍ଜନ  ହଷ୍ଟେଲରେ କ୍ୟାମ୍ପେନିଂ କରୁଥିବା ବେଳେ ତାଙ୍କୁ କିଛି ଛାତ୍ର ଓ ଅଣଛାତ୍ର ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଜୀବନରୁ ମାରିଦେବା ଲାଗି ଉଦ୍ୟମ କରାଯାଇଥିବା ସେ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି।

ସୌମ୍ୟ ରଂଜନଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟତମ ଆହତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend