ଗଭୀର ସମୁଦ୍ରରେ ମରଣ ମୁହଁରୁ ବର୍ତ୍ତିଲେ ନାବିକ, ଜାଣନ୍ତୁ କେମିତି

nn

ପାରାଦ୍ୱୀପ: ଗଭୀର ସମୁଦ୍ର ମଧ୍ୟରେ ନୌବାହିନୀର ଏକ ଜାହାଜ ଯାତ୍ରା କରୁଥିବା ବେଳେ  ଘଟିଥିଲା ଅଭାବନୀୟ ଘଟଣା। ଜାହାଜ ନେଇ ଯାଉଥିବା ନାବିକ ଜଣକ ଅସୁସ୍ଥ ହୋଇ ରକ୍ତବାନ୍ତି କରିବାକୁ ଲାଗିଥିଲେ। ସେତେବେଳକୁ ଜାହାଜ କୂଳ ଛାଡି ପହଞ୍ଚିଲାଣି ସମୁଦ୍ର ମଝିରେ। ଜୀବନ ନଉକା ପାଣି ଭିତରେ ବୁଡିବ ବୁଡିବ ହେଉଥାଏ। ମୃତ୍ୟୁକୁ ଅତି ନିକଟରୁ ଦେଖୁଥାନ୍ତି ନାବିକ। ହେଲେ ସୌଭାଗ୍ୟକୁ ବର୍ତ୍ତିଗଲା ଜୀବନ। ଭାରତୀୟ ତଟରକ୍ଷୀ ବାହିନୀ ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାର କରିଥିଲା ନାବିକଙ୍କୁ।

ଭାରତୀୟ ତଟରକ୍ଷୀ ବାହିନୀର ଏହା ଏକ ବଡ ସଫଳତା ବୋଲି କୁହାଯାଉଛି।  ପାରାଦ୍ୱୀପଠାରୁ ୬୩ କିଲୋମିଟର ଗଭୀର ଏମ. ଭି ନେପନ ନାମକ ଜାହାଜର ନାବିକ ଗୁରୁତର ଅସୁସ୍ଥ ହୋଇ ରକ୍ତ ବାନ୍ତି କରୁଥିବା ସୂଚନା ମିଳିଥିଲା। ଖବର ପାଇବା ପରେ ତଟରକ୍ଷୀ ବାହିନୀର ଦ୍ରୁତଗାମୀ ଜାହାଜ ଚାର୍ଲି ୪୨୫ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଅସୁସ୍ଥ ନାବିକଙ୍କୁ  ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

 

 

Previous ArticleNext Article

Send this to a friend