ସାଲେପୁର: ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ଓ ଜମିପଟ୍ଟା ଦାବିରେ ବିକ୍ଷୋଭ

salepur

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକରେ ଥିବା  ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ଓ ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ୍‌ ଦେଇ ତହସିଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସାଲେପୁର ଅଞ୍ଚଳର ବହୁ ବସ୍ତିବାସିନ୍ଦା ଏଥିରେ ଯୋଗ ଦେଇଥିଲେ।

ଖୁବ୍‌ଶୀଘ୍ର ପ୍ରଶାସନ ଏ ନେଇ ନିଷ୍ପତ୍ତି ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend