ବର୍ଷା ବିତ୍ପାତ: ସମ୍ୱଲପୁର-ନନ୍ଦେସ ଓ କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ବାତିଲ

train-1

ଭୁବନେଶ୍ୱର: ଦୁଇ ଦିନ ହେଲା ଓଡ଼ିଶାରେ ଲଘୁଚାପ ବର୍ଷା ଲାଗି ରହିଛି। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି। ବର୍ଷାର ବିତ୍ପାତ ଯୋଗୁଁ ରେଳ ବିଭାଗ ଆଜି (ସୋମବାର) କେତେକ ଟ୍ରନ୍‌ ବାତିଲ ରହିଥିବା ବେଳେ ଆଉ କେତେକ ଟ୍ରେନ୍‌ର ଗତିପଥ ବଦଳାଇଛି।

ସମ୍ୱଲପୁରରୁ ଛାଡ଼ୁଥିବା ସମ୍ୱଲପୁର-ନନ୍ଦେସ ଏକ୍ସପ୍ରେସ୍‌, ନନ୍ଦେସରୁ ଛାଡ଼ୁଥିବା ନନ୍ଦେସ-ସମ୍ୱଲପୁର, କୋର୍ବାରୁ ଛାଡ଼ୁଥିବା କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ ଓ ବିଶାଖାପାଟଣାରୁ ଛାଡ଼ୁଥିବା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ ଟ୍ରେନ୍‌ର ଚଳାଚଳ ଆଜି ପାଇଁ ବାତିଲ କରାଯାଇଛି। ସେହିପରି ତିରୁପତି-ବିଳାଶପୁର ଏକ୍ସପ୍ରେସ, ୟୁସ୍‌ବନ୍ତପୁର-ଟାଟା ଏକ୍ସପ୍ରେସ୍‌, ହାତିଆ-ଏର୍ଣ୍ଣାକୁଲମ ଓ ଅହମ୍ମଦାବାଦ-ପୁର ଏକ୍ସପ୍ରେସ୍‌ର ଗତିପଥ ବଦଳିଛି।

Previous ArticleNext Article