ଏନ୍‌କାଉଣ୍ଟରରେ ଶେଖ୍‌ ବାବୁ ଆହତ

ctc

କଟକ: ମଙ୍ଗଳାବାଗ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ ଆହତ ହୋଇଛି। ତା ଆଣ୍ଠୁରେ ଗୁଳି ବାଜିଛି। ମହମ୍ମଦ ସକିଲର ସହଯୋଗୀ ବାବୁ ନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଛି।

ୱାଣ୍ଟେଡ ଲିଷ୍ଟରେ ଥିବା ବାବୁକୁ ଧରିବାକୁ କମିଶନରେଟ ପୋଲିସ୍‌ ବହୁବାର ଯୋଜନା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଗତକାଲି ବାବୁ ହାଡିଆପଠାରେ ଥିବା ପୋଲିସ ସୂଚନା ପାଇଁ ଚଢାଉ କରିଥିଲା। ଏହି ସମୟରେ ବାବୁ ପୋଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା। ଏଥିରୁ ଗୋଟିଏ ବାବୁ ଆଣ୍ଠୁରେ ବାଜିଥିଲା। ଆହତ ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

SHARE THIS

RELATED ARTICLES

LEAVE COMMENT