ସ୍କୁଲ ସଫା କରିବା ବେଳେ ଛାତ୍ରୀଙ୍କୁ କାମୁଡ଼ି ଦେଲା ସାପ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଚିନିମହୁଲ ପ୍ରାଥମିକ ବିଦ୍ୟାଳୟରେ ସଫେଇ ବେଳେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସାପ କାମୁଡ଼ି ଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ପାଇଁ ଗ୍ରାମବାସୀ ଶିକ୍ଷକଙ୍କ ଅବହେଳାକୁ ଦାୟୀ କରିବା ସହ ତାଙ୍କ ବଦଳି ଦାବି କରିଛନ୍ତି।

ରବିବାର ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଓ ଅଫିସ ସଫା କରୁଥିବା ବେଳେ କାନ୍ଥରେ ଲୁଚି ରହିଥିବା ଏକ ଚିତି ସାପ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ କାମୁଡ଼ି ଦେଇଥିଲା।

Previous ArticleNext Article

Send this to a friend