ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦରମା ମାମଲାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

sc

ନୂଆଦିଲ୍ଲୀ: ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦରମା ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ରାଜ୍ୟର ଗ୍ରାଣ୍ଟ ଇନ୍ ଏଡ୍ ପଲିସି-୨୦୧୭କୁ ଗ୍ରହଣ କରିଛନ୍ତି। ତେବେ ଯେଉଁମାନେ ଏହି ପଲିସିକୁ ଗ୍ରହଣ ନକରିବେ, ସେମାନେ ନିର୍ଦ୍ଦିଷ୍ଟ ଫୋରମ୍‌ରେ ଅପିଲ କରିପାରିବେ ବୋଲି କୋର୍ଟ କହିଛନ୍ତି।

୫୦୦୦ରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ରାଜ୍ୟ ସରକାର ବର୍ଦ୍ଧିତ ଦରମା ନେଇ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିଥିଲେ। ଗ୍ରାଣ୍ଟ୍ ଇନ୍ ଏଡ୍ ନୀତି ଅନୁସାରେ ୨୦୧୭ ଅକ୍ଟୋବରରୁ ଉଚ୍ଚଶିକ୍ଷା ବିଭାଗ ଉପରେ ୫୧୪ କୋଟି ଟଙ୍କା ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ୪୫୩ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଆସନ୍ତା ଜାନୁଆରୀ ପହିଲାରୁ ଶିକ୍ଷକ ଓ ଅଧ୍ୟାପକ ବର୍ଦ୍ଧିତ ଦରମା ପାଇବେ ବୋଲି ସତ୍ୟପାଠରେ ଦର୍ଶାଯାଇଛି।

Previous ArticleNext Article

Send this to a friend