ଆସନ୍ତାକାଲି ଓଡିଶା ଗସ୍ତରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ

suresh

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହି ଗସ୍ତ ଅବସରରେ ସେ ଖୋର୍ଦ୍ଧା ରୋଡ୍‌-ରାଜସୁନାଖଳା ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସର ଗୁଣୁପୁର ଯାଏଁ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିବେ। ଏଥିସହ ରେଳମନ୍ତ୍ରୀ ଆହୁରି କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

ଖୋର୍ଦ୍ଧାରୋଡ୍‌ ବାଇପାସ୍‌, ମେମୁ ୟୁନିଟ୍‌ ରକ୍ଷଣାବେକ୍ଷଣ ସୁବିଧା, ରାଉରକେଲା-ବନ୍ଧୁମୁଣ୍ଡା ଚତୁର୍ଥ ଲାଇନ, ଜଗତପୁର ଠାରେ ପ୍ରଶିକ୍ଷଣ କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଭୁ।

Previous ArticleNext Article

Send this to a friend