ଟିକେଟ୍ ମିଳିଲାନି ବୋଲି…

barabati

କଟକ (ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଉତ୍ତେଜନା।  ଟିକେଟ୍ ନମିଳିବାରୁ ଲାଇନରେ ଛିଡା ହୋଇଥିବା ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।  ଟିକେଟ୍ ନପାଇ ଦର୍ଶକ ବ୍ୟାରିକେଡ୍ ଭାଙ୍ଗିଥିବା ନେଇ ସୂଚନା ମିଳିଛି।

କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରିର ଆଜି ଥିଲା ଶେଷ ଦିନ। ପ୍ରାୟ ୩୦୦ରୁ ୪୦୦ ଲୋକ ଟିକେଟ୍ ନେବା ପାଇଁ ଆଜି କାଉଣ୍ଟର ଆଗରେ ଲାଇନ୍ ଲମ୍ବାଇ ଥିଲେ। ତେବେ ଗ୍ୟାଲେରୀ ଟିକେଟ୍ ସରିଯାଇଥିଲା।

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମୁକାବିଲା ଲାଗି ମାତ୍ର ଆଉ ଦୁଇ ଦିନ ଥିବା ବେଳେ ଉତ୍ତେଜନା ପୋଲିସର ମୁଣ୍ଡବ୍ୟାଥା ବଢାଇ ଦେଇଛି।

Previous ArticleNext Article

Send this to a friend