ଚିକିତ୍ସା ଅବହେଳାରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

Agitation-in-hospital-over-death

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଭିଯୋଗ ଅନୁସାରେ ଗୌରୀତୁଟା ସାହିର ସୁଷମା ନାଏକ ସିକଲ୍‌ସେଲ୍ ରୋଗରେ ପୀଡ଼ିତ ଥିଲେ।  ଗତକାଲି ସେ ରକ୍ତ ନେବାପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଡାକ୍ତର ଏସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend