ବାଲୁକା କଳାରେ ଶାନ୍ତିର ବାର୍ତ୍ତା ବାଣ୍ଟିଲେ କଳାକାର; ଜମୁଛି କୋଣାର୍କ ମହୋତ୍ସବ

bb

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଆଜି ହେଉଛି ତୃତୀୟ ଦିନ। ଗତକାଲି ଦ୍ୱିତୀୟ ଦିନରେ ଏଠାରେ ଭାଗନେଇଥିବା ଦେଶବିଦେଶର ଶିଳ୍ପୀମାନେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିକୁ ବାଲୁକାକଳାରେ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି।  ଅବକ୍ଷୟମୟ ବୌଦ୍ଧ କୀର୍ତ୍ତିରାଜି ସହ ବୁଦ୍ଧଦେବଙ୍କ ଶାନ୍ତିର ବାର୍ତ୍ତା ବିଶ୍ୱଦରବାରରେ ପହଞ୍ଚାଇବା ଲାଗି ବାଲୁକାମୂର୍ତ୍ତିରେ ପ୍ରୟାସ କରାଯାଇଛି। ଦେଶବିଦେଶର ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳା ଉତ୍ସବର ମଜା ଉଠାଇଛନ୍ତି।

Previous ArticleNext Article

Send this to a friend