ଟୋଲ୍‌ ଫି ବୃଦ୍ଧି ପ୍ରସଙ୍ଗ: ଧର୍ମଘଟକୁ ଓହ୍ଲାଇବାକୁ ବସ୍‌ ମାଲିକ ସଂଘର ଚେତାବନୀ

bbsr

ଭୁବନେଶ୍ୱର: ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ବସ୍‌ ମାଲିକ ସଂଘ। ଟୋଲ୍‌ ଗେଟ୍‌ରେ ଟୋଲ୍ ଆଦାୟ ବୃଦ୍ଧିର ପ୍ରତିବାଦ କରି ସଂଘ ଏହି ଧର୍ମଘଟ କରିବ। ଭୁବନେଶ୍ୱରରେ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ଦେଇ ଯାଉଥିବା ବସ୍‌ ଗୁଡିକ ଟୋଲ୍‌ ଗେଟ୍‌ରେ ଏକତୃତୀୟାଂଶ ଟୋଲ୍‌ ଦେବା ସମୟରେ ଯାତ୍ରୀମାନେ ଦେବେ ଦୁଇ ତୃତୀୟାଂଶ। ପ୍ରକାଶିତ ଏହି ବିଜ୍ଞପ୍ତି ଅନୁସାରେ ଏଭଳି ଭାବେ ଟୋଲ୍ ଆଦାୟ ହେଲେ  ସିଧାସଳଖ ଯାତ୍ରୀଙ୍କ ପରେ ବୋଝ ପଡ଼ିବ ବୋଲି ସଂଘ କହିଛି।

ଯଦି ଏହି ଟୋଲ୍‌ ଆଦାୟ ବଳବତ୍ତର  ରହିବ ତେବେ ଟୋଲ୍ ଗେଟ୍‌ ଦେଇ ଯାତାୟତ କରୁଥିବାରୁ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବା ସହିତ ଧର୍ମଘଟକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏକ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ରାଜ୍ୟର ଜାତୀୟ ରାଜପଥରେ ଥିବା ୮ଟି ଟୋଲ୍‌ ଗେଟ୍‌ରେ  ଟୋଲ୍‌ ଆଦାୟ କରାଯିବ। ଉଭୟ ବସ୍ ମାଲିକ ଏବଂ  ବସ୍‌ ଯାତ୍ରୀ ଏହି ଟୋଲ୍‌ ଟିକସ ଦେବେ। ଏହାକୁ ବିରୋଧ କରି  ବସ୍‌ ମାଲିକ ସଂଘ ଧର୍ମଘଟକୁ  ଓହ୍ଲାଇବାକୁ ଚେତାବନୀ ଦେଇଛି।

Previous ArticleNext Article

Send this to a friend