ପିକ୍‌ନିକ୍‌ ହେଲା କାଳ: ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ

bramhani

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବିରିତୋଳା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆଜି ରାଉରକେଲା ସିଟି କମର୍ସ ଏକାଡେମୀରୁ ୩୫ ଜଣ ଛାତ୍ରଛାତ୍ରୀ ପିକ୍‌ନିକ୍‌ ପାଇଁ ବିରିତୋଳା ଆସିଥିଲେ। ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୩ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ମହମ୍ମଦ ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସକିଲ୍ ଓ ମହମ୍ମଦ ସଦାକବଙ୍କ ମୃତ୍ୟୁ ଘଟିଛି। ମୃତକମାନେ ରାଉରକେଲା ନାଲାରୋଡ ଓ ବେଦବ୍ୟାସ ଅଞ୍ଚଳର ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend