ଜୀବନ ହାରିଲେ ଦୁଇ ଚାଷୀ

farmer

ବରଗଡ଼/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଆଜି ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲା ଭଟଲି ଟୁକୁଲା ଗାଁର ଗୋବିନ୍ଦ ଆଚାର୍ଯ୍ୟ ୬ ଏକର ଜମିରେ ଚାଷ କରିଥିଲେ। ଚକଡ଼ା ପୋକ ଲାଗିବାରୁ ଗୋବିନ୍ଦଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଏହାକୁ ନେଇ ଗୋବିନ୍ଦ ବିଷ ପିଇଥିବା ଅଭିଯୋଗ ହୋଇଛି।

ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ଗାଁର ମକରଧ୍ୱଜ ବେହେରାଙ୍କ ୫ ଏକର ଧାନ ଚାଷ ନଷ୍ଟ ହୋଇଥିଲା। ଯାହାକୁ ନେଇ ମକରଧ୍ୱଜ ଚିନ୍ତିତ ହୋଇପଡ଼ିଥିଲେ। ଋଣ ସୁଝିବା ଚିନ୍ତାରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ମକରଧ୍ୱଜଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଖଡ଼ିଆଳ ଥାନା ଆଗରେ ଲୋକମାନେ ରାସ୍ତାରୋକ କରିଥିଲେ।

Previous ArticleNext Article

Send this to a friend