ପୂର୍ବତନ ସରପଞ୍ଚଙ୍କ ସମେତ ୩ଜଣଙ୍କୁ ପିଟିଲେ ମାଓବାଦୀ

mao-1-768x430

ଚିତ୍ରକୋଣ୍ଡା: ବିଚ୍ଛିନ୍ନାଞ୍ଚଳରେ ପୁଣି ମାଓବାଦୀଙ୍କ ତାଣ୍ଡବ। ଚିତ୍ରକୋଣ୍ଡାର ପଣସପୁଟରେ ପ୍ରଜାକୋର୍ଟ କରି ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମାଓବାଦୀ। ସେମାନେ ହେଲେ ପଣସପୁଟର ପୂର୍ବତନ ସରପଞ୍ଚ ଅର୍ଜୁନ ହନ୍ତାଳ ଓ ତାଙ୍କ ୨ ସହଯୋଗୀ।

ପୋଲିସ୍‌  ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏମାନଙ୍କୁ ମାଓବାଦୀ ମାଡ଼ ମାରିଛନ୍ତି।  ମାଡ଼ ମାରିବା ପରେ ୩ ଜଣଙ୍କୁ ଗାଁ ମୁଣ୍ଡରେ ଛାଡି ଦେଇଥିଲେ ମାଓବାଦୀ। ଏହାସହ ପୋଲିସ୍‌କୁ ସହଯୋଗ ନ କରିବାକୁ ଧମକ ଦେଇଥିଲେ।

ଆସନ୍ତାକାଲି ପଣସପୁଟ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ପ୍ରଜାକୋର୍ଟ କରିଥିଲେ।

 

Previous ArticleNext Article

Send this to a friend