ରାତିରେ ଖାଇସାରି ବାହାରକୁ ଗଲେ ବୁଲିବାକୁ, ଆଉ ଫେରିଲେନି…

murder

ପୁରୀ: ପୁରୀ ସହର ବାଲିସାହି ଧାନକୁଟି ଗଳିରେ କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଧାନକୁଟି ସାହିର ବାପି ଓରଫ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।

ଗତ ରାତିରେ ଖାଇସାରିବା ପରେ ବାପି ବାହାରକୁ ବୁଲିବାକୁ ଯାଇଥିଲେ ଓ ଘରକୁ ଫେରି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ଶ୍ୱେତଗଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଛାତ ଉପରେ ଏକ ଭୋଜି ହୋଇଥିଲା। ସେଠାରେ କିଛି ଗଣ୍ଡଗୋଳ ଘଟି ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି।

Previous ArticleNext Article

Send this to a friend