ସହିଦଙ୍କ ପାଇଁ ଛୁଟିଲା ସହାନୁଭୁତିର ସୁଅ: ପ୍ରସ୍ତାବ ଦେଇଥିଲେ ଅକ୍ଷୟ କୁମାର

akshya-1

ନୂଆଦିଲ୍ଲୀ: କିଏ ଆର୍ଥିକ ସହାୟତା ଦେଉଛି ତ’ ଆଉ କିଏ ନିଜର ସୁଚିନ୍ତିତ ମତାମତ ଦେଉଛନ୍ତି।  ସୀମାରେ ରହି  ସେବା କରୁଥିବା ସୁରକ୍ଷାକର୍ମୀଙ୍କ ପାଇଁ  ଏବେ ସହଯୋଗର ହାତ ବଢାଇଛନ୍ତି ଦେଶବାସୀ।  ଦୟା ନୁହେଁ ଦାୟିତ୍ୱ ବୋଲି ଭାବି କର୍ତ୍ତବ୍ୟ କରିବାକୁ ଆଗେଇ ଆସିଛନ୍ତି । ବଲିଉଡ୍‌  ଅଭିନେତା ଅକ୍ଷୟ କୁମାରଙ୍କ ପରାମର୍ଶକ୍ରମେ ଯବାନଙ୍କ ଲାଗି  କେନ୍ଦ୍ର ସରକାର ଖୋଲିଥିବା ସ୍ୱତନ୍ତ୍ର  ୱେବସାଇଟ୍‌  ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି। ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ଲାଗି  ଅକ୍ଷୟ କୁମାର ଦେଇଥିବା ପ୍ରସ୍ତାବ ଶତପ୍ରତିଶତ ସଫଳ ହୋଇଛି।  ଯବାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ଅକ୍ଷୟ କୁମାର ଭାରତ ସରକାରଙ୍କୁ ଏକ ସ୍ୱତନ୍ତ୍ର  ୱେବସାଇଟ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ। ସେହି ଅନୁଯାୟୀ ଭାରତ ସରକାର ଗତ ଏପ୍ରିଲ ୯ ତାରିଖରେ ଏକ ୱେବସାଇଟ୍‌ ଉନ୍ମୋଚନ କରିଥିଲେ। ଯାହାର ନା ରଖାଯାଇଛି  bharatkeveer.gov.in । ଏବେ ସୁକ୍‌ମାରେ ମାଓଆକ୍ରମଣରେ ୨୫ ଜଣ ଯବାନ ସହିଦ୍‌ ହେବା ଘଟଣା ଦେଶବାସୀଙ୍କୁ ମର୍ମାହତ କାଛି। ଏଭଳି ଦୁଃଖ ସମୟରେ ସେହି ଶୋକସନ୍ତପ୍ତ ପରିବାରଙ୍କ କାନ୍ଧରେ କାନ୍ଧ ମିଶାଇବାକୁ  ଅକ୍ଷୟ କୁମାର ଦେଇଥିବା ଆହ୍ୱାନ ଦେଶବାସୀଙ୍କୁ ଛୁଇଁପାରିଛି।

ଏ କ୍ଷେତ୍ରରେ ଯବାନଙ୍କ ଲାଗି ଖୋଲାଯାଇଥିବା ୱେବସାଇଟ୍‌ ଯୋଗେ  କେତେ ଜଣ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। ଏହି କ୍ରମରେ ସୁକମାରେ ମାଓ ଆକ୍ରମଣରେ  ସହିଦ ହୋଥିବା ହେଡ କନଷ୍ଟେବଳ କେପି.ସିଂଙ୍କ ପତ୍ନୀଙ୍କୁ ୩୬,୧୧୨ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ  ଏଏସଆଇ ନରେଶ କୁମାର ସିଂଙ୍କ ପରିବାରକୁ ୨୮,୮୫୧ ଏବଂ  ଏଏସଆଇ ସଞ୍ଜୟ କୁମାରଙ୍କ ପରିବାରକୁ ୨୫,୮୨୧ ଟଙ୍କା ଆର୍ଥିକ ସହାୟତା ମିଳିଛି। ସେହିପରି ଅନ୍ୟ ସହିଦଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହଯୋଗ ଆସୁଛି।  ଅକ୍ଷୟ କୁମାରଙ୍କୁ ଛାଡ଼ିଦେଲେ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ  ଯବାନଙ୍କ ଲାଗି ଚିନ୍ତାପ୍ରକଟ କରିଛନ୍ତି। ସୁକମାରେ ସହିଦ ହୋଇଥିବା ୨୫ ଜଣ ସିଆରପିଏଫ ଯବାନଙ୍କ ପିଲାଛୁଆଙ୍କ ପଢା ଖର୍ଚ୍ଚ ଗୌତମ ବହନ କରିବେ ବୋଲି ଘୋଷଣା କରିଛନ୍ତି।  ସେହିପରି ଅକ୍ଷୟ କୁମାରଙ୍କ ପ୍ରସ୍ତାବକୁ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସମର୍ଥନ କରିଛନ୍ତି। ସେହିପରି କ୍ରିକେଟର ମହମ୍ମଦ କୈଫ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି।

Previous ArticleNext Article

Send this to a friend