ରୋହିତଙ୍କ ଶତକ: ଦକ୍ଷିଣଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆର ଓପ୍ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଶତକ ବଳର ୨୭୪ କରିଛି। ଏହାର ଜବାବରେ ଦକ୍ଷିଣଆଫ୍ରିକା ୪ ୱିକେଟ୍‌ ହରାଇ ୧୩୪ ରନ୍‌ କରିଛି। ଦକ୍ଷିଣଆଫ୍ରିକାର ଓପ୍ନର ହାସିମ୍‌ ଆମଲ ୫୦ ଓ ହେନେରିକ୍‌ କାଲସନ୍‌ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡିଆ ୨, ଜସପ୍ରିତ ବୁମ୍ରା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଦକ୍ଷିଣଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ଶିଖର ୩୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ରୋହିତ ଶର୍ମା ୧୧୫, ଅଧିନାୟକ ବିରାଟ୍‌ କୋହଲି ୩୬, ଆଜିଙ୍କ୍ୟ ରାହାଣେ ୮, ଶ୍ରେୟସ ଆୟାର ୩୦, ହାର୍ଦ୍ଦିକ ପାଣ୍ଡିଆ ୦, ଏମ୍‌ଏସ୍‌ ଧୋନି ୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଭୁବନେଶ୍ୱର କୁମାର ୧୯ ଓ କୁଲଦୀପ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

Previous ArticleNext Article

Send this to a friend