ଜୁନ୍ ୫ରୁ ସମ୍ବଲପୁରରେ ରାଜ୍ୟ ସ୍ତରୀୟ ସୁଇମିଂ ଚାମ୍ପିଅନ୍‌ସିପ୍

swimmingpool

ସମ୍ବଲପୁର: ଆସନ୍ତା ଜୁନ୍‌ ୫ ତାରିଖରେ ସମ୍ୱଲପୁର ଝସକେତନ ସାହୁ ସନ୍ତରଣାଗାରରେ  ଓଡ଼ିଶା ସୁଇମିଂ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ସୁଇମିଂ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ। ୯ରୁ ୧୭ ବର୍ଷ ବୟସ ବର୍ଗର ବାଳକବାଳିକାମାନେ ଏଥିରେ ଭାଗ ନେଇ ପାରିବେ। ୪ ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସକାଳ ୮ ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।  ଜୁନ୍‌ ମାସ ୩ ତାରିଖ ସୁଦ୍ଧା ଆଗ୍ରହୀ ପ୍ରତିଯୋଗୀ ଆବେଦନ କରିବାକୁ  ସୁଇମିଂ ଆସୋସିଏସନ୍ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Previous ArticleNext Article

Send this to a friend