ନ୍ୟାସନାଲ୍‌ ମାଷ୍ଟର ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଭାଗନେବେ ଓଡ଼ିଶାରୁ ୪୭ ଆଥଲେଟ୍‌

master

ରାଉରକେଲା: ଆହ୍ଲାବାଦରେ ହେବାକୁ ଥିବା ୩୮ତମ ନ୍ୟାସନାଲ ମାଷ୍ଟର ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଓଡିଶାରୁ ୪୭ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଅନସିପରେ ଭାଗ ନେବା ପାଇଁ ଆଜି ରାଉରକେଲା ରେଳ ଷ୍ଟେସନରୁ ପ୍ରତିଯୋଗୀମାନେ ଜାମୁତାଇ ଏକ୍ସପ୍ରେସରେ ଆହ୍ଲାବାଦ ଗସ୍ତ କରିଛନ୍ତି।

ପ୍ରତିଯୋଗୀଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ଆହ୍ଲାବାଦ ମଦନ ମୋହନ ମାଲବ୍ୟ ଷ୍ଚାଡିୟମରେ ଚାମ୍ପିୟନସିପ୍‌ ହେବ । ଏହି ଦଳରେ ୭ଜଣ ଇଣ୍ଟର ଏସିଆନ୍‌ ଆଥଲେଟ୍‌ ଥିବାବେଳେ ରାଉରକେଲାରୁ ୨ଜଣ ୭୫ ବର୍ଷିୟ ଆଥଲେଟ୍‌ ଭାଗ ନେଇଛନ୍ତି । ୯ଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଟିତ ହେବ ।

Previous ArticleNext Article

Send this to a friend