U-19 ଚାମ୍ପିଅନସିପ୍‌ରୁ ଭାରତୀୟ ମହିଳା ଟିମ୍‌ ଆଉଟ୍‌

Hockey

ହାନୋଇ: ଏଏଫ୍‌ସି ୧୯ ବର୍ଷରୁ କମ୍‌ ଚାମ୍ପିଅନସିପ୍‌ରୁ ଭାରତୀୟ ମହିଳା ଟିମ୍‌ ବାହାର ହୋଇଯାଇଛି। ଭିଏତ୍‌ନାମ ବିପକ୍ଷରେ ଆଜି ଖେଳା ଯାଇଥିବା ମ୍ୟାଚ୍‌କୁ ଭାରତ ୦-୪ରେ ହାରିବା ପରେ ଚାମ୍ପିଅନସିପ୍‌ରୁ ବାହାର ହୋଇଯାଇଛି।

ମ୍ୟାଚ୍‌ର ୩୫, ୪୩, ୮୨ ତମ ମିନିଟ୍‌ରେ ଭିଏତନାମ ଟିମ୍‌ ୩ଟି ଗୋଲ ଦେଇଥିବା ବେଳେ ଫ୍ଲାଗ ଏଣ୍ଡରେ ଆଉ ଏକ ଗୋଲ ଦେଇଥିଲା।

ଚାମ୍ପିଅନସିପ୍‌ରେ ଭାରତୀୟ ଟିମ୍‌ ୨ଟି ମ୍ୟାଚ୍‌ ଖେଳି ମାତ୍ର ଏକ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଭିଏତନାମ ତା’ର ପରବର୍ତ୍ତି ମ୍ୟାଚ୍‌ରେ ଇରାନ୍‌କୁ ଭେଟିବ। ଏହି ମ୍ୟାଚ୍‌ର ହାରଜିତ ଗ୍ରୁପ୍‌ ବିଜେତା ନିର୍ଦ୍ଧାରଣ କରିବ।

Previous ArticleNext Article

Send this to a friend