୩୦ ଡିସେମ୍ବର, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ ନୁହେଁ

zodaic

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାରଣ ଆଜି ଅଧିକ ଅର୍ଥ ଖର୍ଚ୍ଚ ହେବାର ଯୋଗ ଅଛି। ନେଣଦେଣ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। କାହା ସହିତ ବିବାଦ କରନ୍ତୁ ନାହିଁ।

ବୃଷ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଲେଖାଲେଖି ଓ ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ପରିବାରରେ ସୁଖ,ଶାନ୍ତିର ବାତାବରଣ ରହିବ।

ମିଥୁନ: ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବାକୁ ପଡ଼ିବ। ଧୈର୍ଯ୍ୟର ସହିତ ସବୁ କାର୍ଯ୍ୟ କରନ୍ତୁ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆୟ ବଢ଼ିବ। କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ସବୁ କାମରେ ସଫଳତା ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ କୃପାଦୃଷ୍ଟି ପଡ଼ିବ। ବାପାଙ୍କଠାରୁ କୌଣସି ଉପହାର ମିଳିପାରେ।

କନ୍ୟା: ଦିନଟି ଶୁଭ ଫଳ ପ୍ରଦାନ କରିବ। ମହିଳା ବନ୍ଧୁଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଘରକୁ ଅତିଥି ଆସିପାରନ୍ତି।

ତୁଳା: ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଦିନଟି ଆପଣଙ୍କ ପାଇଁ ଭଲ ଅଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବିଛା: ନିଜ ପାଇଁ ସମୟ ବାହାର କରନ୍ତୁ। ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବାକୁ ଯାଆନ୍ତୁ। ପରିବାର ଲୋକଙ୍କୁ ସମୟ ଦିଅନ୍ତୁ। ଭଲ ଖବର ପ୍ରାପ୍ତି ହୋଇପାରେ। ସମାଜରେ ମାନ-ସମ୍ମାନ ବଢ଼ିବ।

ଧନୁ: ଆର୍ଥିକ ଲାଭ ହେବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ମନ ପ୍ରସନ୍ନ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଟକିଥିବା କାର୍ଯ୍ୟ ସଂପନ୍ନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର: ଚିନ୍ତାଗ୍ରସ୍ତ ରହିବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିବ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ। ପିଲାଛୁଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। କାର୍ଯ୍ୟ ବ୍ୟସ୍ତ ରହିବେ। କିଛି ଦାମୀ ଜିନିଷ କିଣିପାରନ୍ତି। ବାପାମା’ଙ୍କ ସହଯୋଗ ପ୍ରାପ୍ତି ହେବ।

ମୀନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। ବାଦ-ବିବାଦରୁ ଦୂରେଇ ରହନ୍ତୁ।

Previous ArticleNext Article

Send this to a friend