୫ ଡିସେମ୍ବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର ଧନପ୍ରାପ୍ତିର ଯୋଗ ରହିଛି

zodaic

ମେଷ: ବନ୍ଧୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜମିବାଡ଼ିକୁ ନେଇ ଚାଲିଥିବା ମାଲିମକଦ୍ଦମାରେ ଆଜି ସମାଧାନ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଯାତ୍ରା କରିପାରନ୍ତି।

କର୍କଟ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ।

ସିଂହ: ଟଙ୍କା ପଇସାକୁ ନେଇ ଘରେ ଅଶାନ୍ତି ଦେଖାଦେଇ ପାରେ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ଦୂରଯାତ୍ରା କରନ୍ତୁ ନାହିଁ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା: ମାନସମ୍ମାନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ବିଚ୍ଛା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ପ୍ରେମ କରୁଥିବା ଯୁବତୀ ଓ ଯୁବକମାନଙ୍କ ପାଇଁ ଦିନଟି ଭଲ ନୁହେଁ। ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିପାରେ।

ଧନୁ: ସ୍ୱାସ୍ଥ୍ୟାର ଯତ୍ନ ନିଅନ୍ତୁ। ମନ ଅଶାନ୍ତି ରହିପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର: ବିଦାର୍ଥୀଙ୍କୁ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ପୁରୁଣା ବନ୍ଧୁଙ୍କ ସହ ଆଜି ଦେଖା ହୋଇପାରେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଦେଇପାରେ। ସତର୍କ ରୁହନ୍ତୁ। ମହିଳା ବନ୍ଧୁଙ୍କ ସହଯୋଗ ମିଳିବ।

ମୀନ: ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଆଖିରେ ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଯାତ୍ରା କରିବେ।

Previous ArticleNext Article

Send this to a friend