ଜେଲ୍‌ରେ ନାବାଳକ

kendujhar

କେନ୍ଦୁଝର: ମାଟ୍ରିକ ପରୀକ୍ଷା ଦେଇଥିବା ଦୁଇ ଜଣ ନାବାଳଙ୍କୁ କେନ୍ଦୁଝର ପୋଲିସ୍‌ ଗିରଫ କରି ଜେଲ୍‌ ପଠାଇ ଦେଇଥିବା ଅଭଯୋଗ ହୋଇଛି। ପଞ୍ଚାୟତ ନିର୍ବାଚନ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କ ସହ ପୋଲିସ୍‌ ଏମାନଙ୍କୁ ଜେଲ୍‌ ପଠାଇ ଥିବା ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

କେନ୍ଦୁଝରର ଏହି ଦୁଇ ପିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଆଡମିଟ୍‌ କାର୍ଡରୁ ଏମାନେ ନାବାଳକ ବୋଲି ଜଣାପଡିଛି। ତେବେ ଗତ ୧୫ ତାରିଖରୁ ଏମାନେ ଜେଲ୍‌ରେ ଅଛନ୍ତି।

ଜଣେ ନାବାଳକଙ୍କ ମାଆ କହିଛନ୍ତି,“ସେମାନେ ବଜାର ଯାଉଛନ୍ତି ବୋଲି କହି ଘରୁ ବାହାରି ଥିଲେ। ହେଲେ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖିଛନ୍ତି।”

ଅନ୍ୟତମ ନାବାଳକଙ୍କ ମାଆ କହିଛନ୍ତି,“ପୋଲିସ୍‌ ସେମାନଙ୍କୁ ନେଇଯାଇଛି। ଆମେ ଜାଣିନାହୁଁ ସେମାନେ ଏବେ କେଉଁଠି ଓ କେମିତି ଅଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସିଛୁ।”

ନାବାଳକ ଦ୍ୱୟ ଗଣ୍ଡଗୋଳରେ ସାମିଲ ନ ଥିଲେ। ସେମାନେ ବସ୍‌ରେ କେନ୍ଦୁଝର ଯାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଗିରଫ କରିଛି ବୋଲି ଉଭୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନାଏବ ସରପଞ୍ଚ ନିର୍ବାଚନକୁ ନେଇ କେନ୍ଦୁଝର ଶୁଆକାଟିରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ପକ୍ଷପାତିତା କରିଥିବା ଅଭିଯୋଗ କରି ଗୋଟିଏ ପକ୍ଷ ଫାଣ୍ଡିରେ ଭଙ୍ଗାରୁଜା କରିବା ସହ ପୋଲିସକୁ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା।

କେନ୍ଦୁଝର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କହିଛନ୍ତି,“ଏନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯିବ।”

Previous ArticleNext Article

Send this to a friend