ଛାତ୍ର ଭାତ ଲୁଣ ଖାଇବା ଘଟଣା: ସେବାଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ

malkangiri

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯିବା ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଲାଗି ବିଦ୍ୟାଳୟ ଗୋଦାମ ଗୃହରେ ଡାଲି ପରିବାପତ୍ର ମହଜୁଦ୍ ଥିବା ସତ୍ତ୍ୱେ ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ସାଙ୍ଗକୁ ଲୁଣ ଖାଇବାକୁ ଦିଆଯାଉଥିବା ବେଳେ କିଛି ପିଲା ଖାଇବାକୁ ନ ପାଇ ଭୋକରେ ରହୁଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଘଟଣାର ଜିଲ୍ଲା ପ୍ରଶାସନ ଖୋଳତାଡ଼ କରିଥିଲା।

ଅଭିଯୋଗ ଅନୁସାରେ ଏହି ସେବାଶ୍ରମରେ ମୋଟ ୨୬୦ ଛାତ୍ରଛାତ୍ରୀ ରହୁଛନ୍ତି। ତେବେ ରାତିରେ ଖାଦ୍ୟ ପରଷା ଯିବା ବେଳେ ପ୍ରାୟ ୬୦ ଜଣଙ୍କ ପରେ ଡାଲି ତରାକାରୀ ସରି ଯାଉଛି । ଅବଶିଷ୍ଟ ପିଲାଙ୍କ ଭାଗରେ କେବଳ ଭାତ ଆଉ ଲୁଣ ପଡୁଛି।

Previous ArticleNext Article

Send this to a friend