ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନୀ-୧ର ବ୍ୟାବହାରିକ ପରୀକ୍ଷଣ

agni_missile-1

ବାଲେଶ୍ୱର: ଧାମରାରେ ଥିବା ଡକ୍ଟର ଅବଦୁଲ କଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଭୂପୃଷ୍ଟରୁ ଭୂପୃଷ୍ଟକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଜାଇଲ ଅଗ୍ନୀ-୧ର ପରୀକ୍ଷଣ କରାଯାଇଛି। ଅଗ୍ନି-୧ର ଏହି ବ୍ୟାବହାରିକ ପରୀକ୍ଷା ପାଇଁ ସ୍ଥଳସେନାର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ କଲାମ ଆଇଲାଣ୍ଡରେ ପହଞ୍ଚି ପ୍ରସ୍ତୁତି ଚୂଡ଼ାନ୍ତ କରିଥିଲେ।

ଡିଆରଡିଓ ଏବଂ ଭାରତ ଡାୟନାମିକ୍‌ ଲିମିଟେଡର ମିଳିତ ସହଯୋଗରେ ଏହା ପ୍ରସ୍ତୁତ ହୋଇଛି। ଅଗ୍ନୀ-୧ କ୍ଷେପଣାସ୍ତ୍ରର ଲମ୍ବ୧୫ ମିଟର, ମୋଟେଇ ୧ମିଟର, ଓଜନ ୧୨ହଜାର କିଲୋଗ୍ରାମ। ୧୨୫୦ କିଲୋମିଟର ପର୍ଯ୍ୟନ୍ତ ପ୍ରତି ସେକେଣ୍ଡକୁ ଅଢ଼େଇ କିଲୋମିଟର ବେଗରେ ଏହା ଲକ୍ଷ୍ୟଭେଦ କରିଥାଏ। ଅଗ୍ନୀ-୧ ମିଜାଇଲ ୨୫୦ କିଲୋଟନ୍‌ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପାରିକ ଯୁଦ୍ଧାସ୍ତ୍ର ବହନ କରି ପାରିବ। ଏହାକୁ ଭାରତୀୟ ସ୍ଥଳସେନାରେ ୨୦୦୪ ମସିହାରୁ ସାମିଲ କରାଯାଇଛି।

 

 

 

 

Previous ArticleNext Article

Send this to a friend