ନୂଆ ସମିତି ସଭ୍ୟଙ୍କୁ ଏସିଡ୍‌ ମାଡ଼

baripada

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟଙ୍କୁ ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହାଡିବାନ୍ଧୁ ନାଏକ। ରାଜନୈତିକ ଶତ୍ରୁତା ନେଇ ଏହି ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ହାଡିବନ୍ଧୁ ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ଫୋପାଡି ପଳାଇଥିଲେ। ତେବେ ହାଡିବନ୍ଧୁ ଘୋଡାଇ ହୋଇ ଶୋଇଥିବା ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କର ମୁହଁରେ କିଛି ଅଂଶରେ ସାମାନ୍ୟ ଏସିଡ୍ ପଡ଼ିଥିଲା।

 

Previous ArticleNext Article

Send this to a friend