୧୪ ଡିସେମ୍ବର, ଗୁରୁବାର: ଜାଣନ୍ତୁ କେଉଁମାନେ ସାବଧାନତା ଅବଲମ୍ବନ କରିବେ

zodaic

ମେଷ: ଧର୍ମପତ୍ନୀଙ୍କ ସହଯୋଗ ପାଇବା ସହିତ ପରିବାରିକ ସମସ୍ୟା ଦୂର ହେବ। ବ୍ୟବସାୟରେ ଅସୁବିଧା ହେବ ନାହିଁ।

ବୃଷ: ଆଜି ଦିନରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହିତ ଧନପ୍ରାପ୍ତିର ଯୋଗ ଅଛି। ସମ୍ପତ୍ତି ଓ ଜମିଜମା କାର୍ଯ୍ୟରେ ଲାଭ ପାଇବେ।

ମିଥୁନ: ଆଜିର ଦିନରେ ଭଲରେ କଟିବ। ସୃଜନଶୀଳତାରେ ସଫଳ ହେବେ। ସ୍ୱାଦିଷ୍ଟ ଭୋଜନ କରିପାରନ୍ତି। କୌଣସି କାର୍ଯ୍ୟ କଲେ ତରତର ନହୋଇ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ସମସ୍ୟା ବହୁଳ ରହିବ। ଶୋକ ସମ୍ବାଦ ମିଳିବା ସହିତ ପରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ।ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତରତର ହୋଇ କୌଣସି କାମ କରନ୍ତୁ ନାହିଁ।

ସିଂହ: ପରିଶ୍ରମର ଫଳ ମିଳିବ। ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବା ସହିତ ପ୍ରତିଷ୍ଠା ବୃଦ୍ଧି ପାଇବ। ପୁଞ୍ଜିନିବେଶରେ କିମ୍ବା ଦୂରଯାତ୍ରାରେ ସଫଳ ହେବେ। ସାମାନ୍ୟ କ୍ଲାନ୍ତ ଅନୁଭବ କରିପାରନ୍ତି।

କନ୍ୟା: ଗୁରୁଜନଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଉତ୍ସାହ ପ୍ରଦ ସୂଚନା ପାଇପରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ଆଜି ଆପଣଙ୍କୁ ଉପହାର ପ୍ରାପ୍ତି ହୋଇପାରେ। ଚାକିରି, ପୁଞ୍ଜି ନିବେଶ ଓ ଦୂରଯାତ୍ରା ପାଇଁ ଦିନଟି ଶୁଭ। ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ।

ବିଚ୍ଛା: ଖର୍ଚ୍ଚ ବଢ଼ିବ। କଥା କହିଲା ବେଳେ ସଞ୍ଜମତା ରକ୍ଷା କରନ୍ତୁ ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଭାରି କାମ କରନ୍ତୁ ନାହିଁ। ଶତ୍ରୁ ସକ୍ରିୟ ହୋଇପାରନ୍ତି।

ଧନୁ: ଯାହାକୁ ପଇସା ଦେଇଛନ୍ତି ଆଣିବାକୁ ଚେଷ୍ଟା କରନ୍ତୁ ମିଳିଯାଇପାରେ। ବ୍ୟବସାୟ ପାଇଁ ଆଜି ଦିନଟି ଅନୁକୂଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ସାମାନ୍ୟ କ୍ଲାନ୍ତ ରହିବା ସହ ମନରେ ଉଦ୍‌ବେଗ ସୃଷ୍ଟି ହୋଇପାରେ।

ମକର: ପୂର୍ବ ଯୋଜନାରେ ସଫଳତା ପାଇବେ। ତରତର ହୁଅନ୍ତୁ ନାହିଁ। ବିପଦପ୍ରବଣ କାର୍ଯ୍ୟରୁ ବିରତ ରୁହନ୍ତୁ, କ୍ଷତି ହୋଇପାରେ।।

କୁମ୍ଭ: ଈଶ୍ୱରଙ୍କ ଉପାସନାରେ ମନ ଦିଅନ୍ତୁ। ତରତର ହୁଅନ୍ତୁ ନାହଁ କି ଦୁଃଖ କରନ୍ତୁ ନାହିଁ।

ମୀନ: ଯାନବାହାନ କିମ୍ବା ଯନ୍ତ୍ରପାତି କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ।

Previous ArticleNext Article

Send this to a friend