ତୀର ମାରିଲେ ତାରା: ହରିଙ୍କୁ ଆକ୍ରମଣ, ପ୍ରସାଦଙ୍କୁ ସମାଲୋଚନା  

tara

ଭୁବନେଶ୍ୱର: ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ହୋଇଥିଲା। କଂଗ୍ରେସ ବହୁ ଆସନ ହରାଇଲା। ସେହି ସମୟରେ ସେ ଇସ୍ତଫା ଦେବା କଥା। ମାତ୍ର ତାହା କଲେ ନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଇସ୍ତଫା ଦେଲେ। ବିଳମ୍ୱରେ ହେଲେ ମଧ୍ୟ ଭଗବାନଙ୍କ ଆଶୀର୍ବାଦରୁ ସେ ଇସ୍ତଫା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆଜି କହିଛନ୍ତି।

ପିସିସି ସଭାପତିଙ୍କୁ ସମାଲୋଚନା କରି ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟ ପାଇଁ କେବଳ ହରିପ୍ରସାଦ ଦାୟୀ ନୁହଁନ୍ତି। ପିସିସି ସଭାପତି ମଧ୍ୟ ଦାୟୀ। ନୈତିକତା ଦୃଷ୍ଟିରୁ ସେ ମଧ୍ୟ ଇସ୍ତଫା ଦେବା କଥା।”

ତାରାଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ। ସେ କହିଛନ୍ତି,“ହରିପ୍ରସାଦଙ୍କ ଇସ୍ତଫା ପରେ ପ୍ରସାଦବାବୁ ନିଶ୍ଚିତ ଅନୁଭବ କରୁଥିବେ। ସେ ଉଚିତ ପଦକ୍ଷେପ ନେବା ଆବଶ୍ୟକ। ମୁଁ ତାଙ୍କ ସ୍ଥାନରେ ଥିଲେ ଇସ୍ତଫା ଦେଇଥାନ୍ତି। ସେ କଣ ପାଇଁ ଇସ୍ତଫା ଦେଇ ନାହାନ୍ତି ତାହା ମୁଁ କହିପାରିବି ନାହିଁ। ତାଙ୍କୁ ପଚାରିଲେ ହୁଏତ ସେ କହି ପାରିବେ। ପଞ୍ଚାୟତ ନିର୍ବାଚନରେ ନିଜକୁ ଦାୟୀ କହିଦେଲେ ହେବ ନାହିଁ। କଂଗ୍ରେସର ଉତ୍ଥାନ ପାଇଁ କିଛି କରିବାକୁ ପଡ଼ିବ।”

Previous ArticleNext Article

Send this to a friend