/odisha-reporter/media/post_attachments/uploads/2021/01/flag-1.jpg)
flag
ନୀଳଗିରି (ବିଶ୍ଵମ୍ବର ଦାସ): ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।
କୋଭିଡ୍ କଟକଣାକୁ ଆଖି ଆଗରେ ରଖି ପୂରା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପତାକ ଉତ୍ତୋଳନ ବେଳେ ସାମାନ୍ୟ ଅଘଟଣ ଘଟିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ହଠାତ୍ ତ୍ରିରଙ୍ଗା ଛିଣ୍ଡି ତଳେ ଖସି ପଡ଼ିଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ପୁଲିସ ଓ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀମାନେ ତୁରନ୍ତ ତ୍ରିରଙ୍ଗାକୁ ଧରି ନେଇଥିଲେ।
କିଛି ସମୟ ପରେ ପୁନର୍ବାର ପତାକାକୁ ବାନ୍ଧି ଆଉ ଥରେ ଉତ୍ତୋଳନ କରାଯାଇଛି। ତେବେ ପତାକା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଏଭଳି ପବିତ୍ର ଦିବସରେ ନୀଳଗିରିରେ ଜାତୀୟ ପତାକାକୁ ଅବମାନନା କରାଯାଇଥିବା ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
