Advertisment

ବରଯାତ୍ରୀ ଶୋଭାଯାତ୍ରା ବେଳେ କାମୁଡ଼ିଲେ ମହୁମାଛି; ୧୨ ଆହତ

ଗୁରୁତର ଓ ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Bee attack

Bee attack

Advertisment

ବରଯାତ୍ରୀ ଶୋଭାଯାତ୍ରା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ମହୁମାଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଶଳ ଗାଁରେ ଏହିଅଘଟଣ ଘଟିଛି। ମହୁମାଛିଙ୍କ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଗୁରୁତର ଓ ଆହତମାନଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୮ବର୍ଷର ଶିଶୁ ରହିଥିବା ଜଣାପଡିଛି।

ଗତକାଲି ରାତିରେ ତାଳଚେର ଡେରା ଅଞ୍ଚଳରୁଏକ ବରଯାତ୍ରୀ ଶୋଭାଯାତ୍ରା ବାହାରି ଭୁବନ ଥାନା ଅନ୍ତର୍ଗତ ଭୂଶଳ ଗାଁ ଅଭିମୁଖେ ଆସୁଥିଲା। ଏହି ସମୟରେ ଭୂଶଳ ଗାଁ ନିକଟରେ ମହୁମାଛିମାନେ ହଠାତ୍ ଉଡ଼ି ଆସି ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ବରଯାତ୍ରୀ ମାନେ ଦୌଡ଼ି ପଳାଇଥିଲେ। ମହୁମାଛି ଆକ୍ରମଣରେ ୧୨ ବରଯାତ୍ରୀ ଆହତ ହୋଇଥିଲେ।

Advertisment
Beer Attack Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe