Advertisment

ବିବାହ ଭୋଜି ଖାଇ ବିଗିଡ଼ିଗଲା ସ୍ୱାସ୍ଥ୍ୟାବସ୍ଥା; ଜଣେ ଶିଶୁ ମୃତ; ୨୫ ଅସୁସ୍ଥ

ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା।

ଅଦ୍ୟତନ ହୋଇଛି
Doctor treatment for child

Doctor treatment for child

Advertisment

ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏଭଳି ଦୁଃଖଦ ଘଟଣା ଘଟିଛି। ଅସୁସ୍ଥ ଶିଶୁମାନଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା। ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ। ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର ୨୫ରୁ ଜଣ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ଶିଶୁମାନଙ୍କୁ ଝାଡ଼ାବାନ୍ତି ହେବା ଆରମ୍ଭ ହୋଇଯାଇଥିଲା।

ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

Advertisment

ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି ଓ ଖାଦ୍ୟର ନମୂନା ପରୀକ୍ଷା ପାଇଁ ପଠଯାଇଛି। ଭୋଜି ଖାଇ କାହିଁକି ଶିଶୁମାନେ ଅସୁସ୍ଥ ହୋଇପଡ଼ିଲେ ତାହାର କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଫୁଡ ପଏଜନିଂ ବୋଲି ଜଣାପଡ଼ୁଛି। ଘଟଣାର ତଦନ୍ତ ଚାଲିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe