Advertisment

କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା; ୬ ମୃତ, କଂଗ୍ରେସ ନେତାଙ୍କ ଭଣଜା ଗୁରୁତର

ଗତକାଲି ଅମରଦୀପ ତାଙ୍କର ୬ଜଣ ସାଙ୍ଗ ଏକ କାର୍‌ରେ ଗଢାକୋଟା ଯାଉଥିଲେ।

Road Accident

Road Accident

Advertisment

ମଧ୍ୟପ୍ରଦେଶର ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ଗତକାଲି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହିଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ମୁକେଶ ରେକୱାର, ପଙ୍କଜ ରେକୱାର,ବ୍ରଜେଶ ଠାକୁର, ଅର୍ପିତ ଜୈନ,ଗଣେଶ ରେକୱାର ଓ ପବନ ରେକୱାର। ଆହତ ଜଣଙ୍କ ହେଲେ କଂଗ୍ରେସ ନେତା ତଥା ପୂର୍ବ ପ୍ରଦେଶ ଉପାଧ୍ୟକ୍ଷ ଅମିତ ରାମଜୀ ଦୁବେଙ୍କ ଭଣଜା ଅମରଦୀପ ଦୁବେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ଅମରଦୀପ ତାଙ୍କର ୬ଜଣ ସାଙ୍ଗ ଏକ କାର୍‌ରେ ଗଢାକୋଟା ଯାଉଥିଲେ। ଏହି ସମୟରେ ସାନୋଧା ଥାନା ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ତାଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା।

ଅମରଦୀପଙ୍କ ସମେତ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅମରଦୀପ ଏବେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Advertisment

ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୁଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe