Advertisment

ଘରକୁ ଫେରୁଥିଲେ; ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ଶ୍ରମିକ

ଚଳନ୍ତା ଟ୍ରେନରୁ ଖସି ପଡ଼ି କଟିଗଲା ଶ୍ରମିକଙ୍କ ଗୋଡ଼।

author-image
Tapaswini Nayak
Train

Train

ଚଳନ୍ତା ଟ୍ରେନରୁ ଖସି ପଡ଼ି କଟିଗଲା ଶ୍ରମିକଙ୍କ ଗୋଡ଼। ନୂଆପଡ଼ା ଜିଲ୍ଲାରେ ଏପରି ଅଘଟଣ ଘଟିଛି। ଆହତ ଶ୍ରମିକ ଜଣଙ୍କ ହେଲେ ରଥୁ ବରିହା। ତାଙ୍କ ଘର ଜୋଙ୍କ ଥାନା ଅନ୍ତର୍ଗତ ଖଲିଆପାଣି ଗାଁରେ। 

Advertisment

ରଥୁ ନିଜ ସାଥୀଙ୍କ ସହହରିଶଙ୍କର ରୋଡ଼ରେ ରେଳ ବିଭାଗର ଜଣେ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଗତକାଲି ରାତିରେ ସେ ଟ୍ରେନ ଯୋଗେ ହରିଶଙ୍କରରୁ ନୂଆପଡା ଅଭିମୁଖେ ନିଜ ଘରକୁ ଫେରୁଥିଲେ। ରଥୁ ଟ୍ରେନର ଗେଟ୍ ପାଖରେ ବସିଥିଲେ।ଅସାବଧାନତା କାରଣରୁ ହଠାତ୍ ସେ ଟ୍ରେନରୁ ଖସିପଡ଼ିଥିଲେ।

ଜିଆରପି ତାଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏହାସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକ ମେଡିକାଲରେ ପହଞ୍ଚିବା ସହ ରଥୁ ଭଲ ହେବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Advertisment
Nuapada