Advertisment

‍ଫସଲରେ ମାଡ଼ିଗଲା ଚକଡା ପୋକ; ଆତ୍ମହତ୍ୟା କଲେ ଚାଷୀ!

ରମେଶ ୧୦ଏକର ଜମିରେ ଚାଷ କରିଥିଲେ। ସେଥିରୁ ୫ ଏକର ଜମିରେ ଚକଡ଼ା ପୋକ ମାଡ଼ି ଯାଇଥିଲା।।

author-image
Tapaswini Nayak
ଅଦ୍ୟତନ ହୋଇଛି
farmer

farmer

ଚାଷରେ କ୍ଷତି ହେବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଚାଷୀ ଜଣଙ୍କ ହେଲେ ରମେଶ ଭୋଇ। ତାଙ୍କ ଘର ପୁଇଁତଳା ବ୍ଲକ ବୁବେଇ ଗାଁରେ।

Advertisment

ରମେଶ ୧୦ଏକର ଜମିରେ ଚାଷ କରିଥିଲେ। ସେଥିରୁ ୫ ଏକର ଜମିରେ ଚକଡ଼ା ପୋକ ମାଡ଼ି ଯାଇଥିଲା।। ଏନେଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ରମେଶ। ଗତକାଲି ବିଲକୁ କୌଣସି କାମରେ ଯାଇଥିଲେ। ସେଠାରେ ସେ ବିଷ ପିଇ ଦେଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
Bolangir