Advertisment

ଦୋକାନରେ ଲାଗିଲା ନିଆଁ; ୨ ମହିଳାଙ୍କ ସମେତ ଜଳିଗଲା ଶିଶୁ

ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା, ଜଣେ ମହିଳା ଓ ଏକ ୪ ବର୍ଷର ନାବାଳିକା ଥିବା ଜଣାଯାଇଛି।

Fire

Fire

Advertisment

ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳରେ ଗତକାଲି ଏକ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା, ଜଣେ ମହିଳା ଓ ଏକ ୪ ବର୍ଷର ନାବାଳିକା ଥିବା ଜଣାଯାଇଛି। ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଅଗ୍ନିକାଣ୍ଡ ଧାନବାଦର କେନ୍ଦୁଆଡିହ ଥାନା ଅଧୀନ କେନ୍ଦୁଆ ବଜାରରେ ଥିବା ଏକ କସମେଟିକ ଦୋକାନରେ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୁବାସ ସିଂ ନାମକ ବ୍ୟକ୍ତିଙ୍କ ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ଉପର ମହଲାରେ ତାଙ୍କ ପରିବାରର ୬ ଜଣ ଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ। ଏଥିସହ ଦମକଳ ବାହିନୀକୁ ବି ଖବର ଦିଆଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ବାହାରୁ ସିଡି ଲଗାଇ ଭିତରୁ ୩ ଜଣଙ୍କୁ ବାହାରକୁ ଆଣିବାକୁ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁବାସଙ୍କ ଭଉଣୀ ପ୍ରିୟଙ୍କା ଗୁପ୍ତା, ଭାଇ ସୁମିତ ଗୁପ୍ତା ଓ ଦେଢ ବର୍ଷର ପୁଅ ଥିଲା। ସେମାନଙ୍କ ମଧ୍ୟରୁ ପ୍ରିୟଙ୍କାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ୨ ଜଣଙ୍କର ଚିକିତ୍ସା ଚାଲିଛି।

Advertisment

ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରି ସୁବାସ ସିଂଙ୍କ ବୃଦ୍ଧା ମା’, ପତ୍ନୀ ଓ ୪ ବର୍ଷୀୟା ଝିଅକୁ ବାହାର କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ସୁବାସ ସିଂଙ୍କ ମା’ ଓ ୪ ବର୍ଷ ଝିଅର ମୃତ୍ୟୁ ହୋଇଛି। ଅପରପକ୍ଷେ, ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।

ଘଟଣା ସମୟରେ ଦୋକାନ ମାଲିକ ସୁବାସ ଗୁପ୍ତା ଓ ତାଙ୍କ ପିତା ଅଶୋକ ଘର ବାହାରେ ଥିଲେ । ଫଳରେ ଦୁହେଁ ଏଥିରୁ ବର୍ତ୍ତି ଯାଇଛନ୍ତି।

Jharkhand Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe