Advertisment

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ପ୍ରକାଶ ସହିଦ ହେବା ଖବର ପରିବାର ଲୋକ ଜାଣିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ।

author-image
Tapaswini Nayak
ଅଦ୍ୟତନ ହୋଇଛି
jawan death

jawan death

ନକ୍ସଲ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। BSFର ଏହି ସହିଦ୍ ଯବାନ ଜଣଙ୍କ ହେଲେ ପ୍ରକାଶ
ଚନ୍ଦ୍ର ସିଆଲ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ଗାଁରେ।

Advertisment

ଗତକାଲି ଛତିଶଗଡ ବିଧାନସଭା ଆସନ ପାଇଁ ନିର୍ବାଚନ ଥିଲା। ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ।  ଏହି ସମୟରେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ହୋଇଥିଲେ ପ୍ରକାଶ। ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରକାଶ ସହିଦ ହେବା ଖବର ପରିବାର ଲୋକେ ଜାଣିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ। ରବିବାର ମୋ ପୁଅ  ମୋ ସହିତ କଥା ହୋଇଥିଲା। ମୋ ପୁଅ ମୋତେ ଛାଡ଼ି ପଳାଇଲା ବୋଲି କାନ୍ଦି କାନ୍ଦ ଗଡ଼ି ଯାଉଛନ୍ତି ସହିଦଙ୍କ ମା’।  ସହିଦଙ୍କର ପରିବାରରେ ତାଙ୍କର ବଡ଼ ଭାଇ, ଦୁଇ ପୁଅ ,ତାଙ୍କ ପତ୍ନୀ, ମା’ ଅଛନ୍ତି। 

Advertisment

ସହିଦ ଯବାନଙ୍କ ପତ୍ନୀ କହିଛନ୍ତି, ରବିବାର ରାତିରେ ଭିଡ଼ିଓ କଲ୍‌ରେ ମୋ ସହିତ କଥା ହୋଇଥିଲେ। ଘରର ସମସ୍ତଙ୍କ କଥା ପଚାରିଥିଲେ।  ସୋମବାର ରାତିରେ ସେ ଫୋନ୍‌ ଉଠାଇ ନଥିଲେ। ମଙ୍ଗଳବାର ତାଙ୍କ ଫୋନ୍ ଲାଗି ନଥିଲା। ପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସେ ଆହତ ହୋଇଥିବା ମୋତେ ଫୋନ୍‌ ଆସିଥିଲେ।ପରେ ତାଙ୍କର ମୃତ୍ୟୁ ଘଟିଥିବା ଫୋନ୍ ଆସିଥିଲା। ଡିସେମ୍ବର ୧ ତାରିଖରେ ଘରକୁ ଆସିବେ ବୋଲି କହିଥିଲେ।

Balasore Naxal