/odisha-reporter/media/post_attachments/uploadimage/library/16_9/16_9_0/Bear_1702953294.jpg)
Bear
ଶୌଚ ହେବା ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିରର ଜିଲ୍ଲା ତୁରେକେଲା ବ୍ଲକ ଲର୍କୀ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତର ଥିବା ବ୍ୟକ୍ତି ଜଣକ ହେଲେ ଦଶରଥ ପରାଭୁଏ।
Advertisment
ଆଜି ଭୋର ୪ଟା ସମୟରେ ଦଶରଥ ଗାଁ ପାଖ ରାସ୍ତାକଡ଼କୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଆସି ଦଶରଥଙ୍କୁ ଆକ୍ରମଣ କରିଥିଲା। ଦଶରଥ ଜୋରରେ ଚିତ୍କାର କରିଥିଲେ। ପରିବାର ଲୋକେ ଦଶରଥଙ୍କ ପାଟିଶୁଣି ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ।
ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦଶରଥଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
