Advertisment

ନୂଆପଡ଼ାରେ ବାଘ ଆତଙ୍କ; ଗୁହାଳରେ ପଶି ଗାଈକୁ ମାରି ଖାଇଲା

ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
tiger

tiger

Advertisment

ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ ବାଘ। ଗତକାଲି ସନ୍ଧ୍ୟାରେ କଟିଙ୍ଗପାଣି ଗାଁରେ ଘର ପାଖରେ ଖେଳୁଥିବା ୮ ବର୍ଷର ନାବାଳକକୁ ଝାମ୍ପି ନେଇଥିବାବେଳେ ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି।

Advertisment

 ଯାହାକୁ ନେଇ ସ୍ଥାନୀୟ ଲୋକେ  ଛାନିଆ ହୋଇପଡ଼ିଛନ୍ତି। ଘରୁ ପଦା ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଗୋଧସପଡ଼ାର ୮ ବର୍ଷୀୟ ଡମ୍ବରୁଧର ଧରୁଆ ଘର ପାଖରେ ଖେଳୁଥିଲା। ଏହି ସମୟରେ କଲରାପତରିଆ ବାଘ ତାକୁ  ଝାମ୍ପି ନେଇ ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା।

Advertisment

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତର ଏକ ଗୁମ୍ଫାରୁ ପିଲାଟିକୁ ବାଘଠୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ ନାବାଳକର ମୃତ୍ୟୁ ଘଟିଥିଲା। ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe