/odisha-reporter/media/post_attachments/uploadimage/library/16_9/16_9_0/Drowned_1710296194.jpg)
Drowned
ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ କେଶଡିହା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ସମ୍ବିତ ହନହାଗା ଓ ରାଜେଶ ମହାକୁଡ଼।
Advertisment
ଗତକାଲି ଅଙ୍ଗନବାଡି ଛୁଟି ହେବା ପରେ ସମ୍ବିତ ଏବଂ ରାଜେଶ ଘରକୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ।ଗାଧୋଇବା ବେଳେ ଅସାବଧାନତା କାରଣରୁ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ୨ଜଣ ଶିଶୁ ବୁଡିଯାଉଥିବା ଅନ୍ୟ ଜଣେ ଶିଶୁ ଆସି ନିଜ ମା’ କୁ ଜଣାଇଥିଲେ।
ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
