Advertisment

ଲୁଚକାଳି ଖେଳୁ ଖେଳୁ ଫ୍ରିଜରେ ପଶିଗଲେ ୨ ଭଉଣୀ, ବାହାରିଲା ମୃତଦେହ

ଲୁଚକାଳି ଖେଳୁ ଖେଳୁ ଫ୍ରିଜରେ ପଶିଗଲେ ୨ ନାବାଳିକା ଭଉଣୀ। ଭିତର ପଟୁ ସେମାନେ ଡୋର ବନ୍ଦ କରି ଦେଇଥିବା ବେଳେ ଆଉ ଖୋଲି ପାରିବେନି।

Minor Girls

Minor Girls

Advertisment

ଲୁଚକାଳି ଖେଳୁ ଖେଳୁ ଫ୍ରିଜରେ ପଶିଗଲେ ୨ ନାବାଳିକା ଭଉଣୀ। ଭିତର ପଟୁ ସେମାନେ ଡୋର ବନ୍ଦ କରି ଦେଇଥିବା ବେଳେ ଆଉ ଖୋଲି ପାରିବେନି। ଶେଷରେ ତା’ ଭିତରେ ଛଟପଟ ହୋଇ ଆଖି ବୁଜିଲେ ୨ ଭଉଣୀ। ଏପରି ଏକ ଦୁଃଖଦ ଘଟଣା ରାଜସ୍ଥାନର ରାଜସମନ୍ଦ ଅଞ୍ଚଳରେ ଘଟିଛି। ମୃତାଦ୍ୱୟ ୧୦ ବର୍ଷୀୟା ପାୟଲ ଓ ୧୧ ବର୍ଷୀୟା ରୀତିକା ବୋଲି ଜଣାଯାଇଛି। ଉଭୟ ସମ୍ପର୍କୀୟା ଭଉଣୀ ବୋଲି ଜଣାଯାଇଛି।

Advertisment

ପାୟଲ ଓ ରୀତିକା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଲୁଚକାଳି ଖେଳ ଖେଳୁ ଖେଳୁ ଏକ ଫ୍ରିଜ ଭିତରେ ପଶି ଯାଇଥିଲେ। ମାତ୍ର ତା’ ଭିତରୁ ବାହାରିବାକୁ ଚେଷ୍ଟା କରିବି ସଫଳ ହୋଇ ପାରି ନ ଥିଲେ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁଇ ଭଉଣୀଙ୍କୁ ନ ପାଇ ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହାପରେ ଫ୍ରିଜ ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ଉଭୟଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଖବର ପ୍ରଚାରିତ ହେବା ପରେ ବିବାହ ସମାରୋହର ଶୋକର ଛାୟା ଖେଳି ଯାଇଛି। ଦୁଇ ଝିଅଙ୍କୁ ହରାଇ ପରିବାର ଲୋକେ ପାଗଳପ୍ରାୟ ହୋଇ ଯାଇଛନ୍ତି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe