Advertisment

କାଳବୈଶାଖୀର ତାଣ୍ଡବ; ଗଛ ଡାଳ ପଡ଼ି ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କାଳବୈଶାଖୀ ଯୋଗୁ ଗଛ ଡାଳି ପଡ଼ି ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ଏଥିଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l

Thunder

Thunder

Advertisment

ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । କାଳବୈଶାଖୀ ଯୋଗୁ ଗଛ ଡାଳି ପଡ଼ି ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ଏଥିଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି l ମୃତକ ହେଲେ ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ପଦ୍ମପୁର ଗାଁର ପୂର୍ଣ୍ଣ ଚନ୍ଦ୍ର ପାଇକ।

Advertisment

ଗତକାଲି ସନ୍ଧ୍ୟା ସମୟରେ ଛେଳିଗଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ହୋଇଥିଲା। ସେହି ସମୟରେ ପଦ୍ମପୁର ଗାଁର ତିନି ଜଣ ଯୁବକ ବାଇକ୍ ଯୋଗେ ଛେଳିଗଡ ଗାଁକୁ ଯାଉଥିଲେ। ରାମଗିରି ଛକ ନିକଟରେ ହଠାତ୍ ଗଛ ଡ଼ାଳ ତାଙ୍କ ଉପରେ ପଡ଼ି ଯାଇଥିଲା ।

ଘଟଣାସ୍ଥଳରେ ପୂର୍ଣ୍ଣ ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି l ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଛେଳିଗଡ ମେଡ଼ିକାଲରେ ଭର୍ତି କରିଛନ୍ତି ।

Advertisment

ଖବରପାଇ ଆର. ଉଦୟଗିରି ଥାନା ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି l ଅନ୍ୟପଟେ ମୃତକଙ୍କୁ କ୍ଷତିପୂରଣ ଦାବିରେ ରାମଗିରି ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ । ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। 

ରିପୋର୍ଟ- ମୋହନାରୁ ମିହିର ଜତି

Thunderstorm Death Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe