Advertisment

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର!

କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଅନ୍ୟ ମାନେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Electric shock

Electric shock

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାଶୀଗୁଡ଼ା ଗାଁରେ ବଡ଼ ଅଘଟଣ। ଗାଁ ରେ ଯାତ୍ରା ଷ୍ଟେଜ ତଳେ କରେଣ୍ଟ ଲାଗିବାରୁ ୧୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଶିଶୁଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ।

Advertisment

ଫାଶୀଗୁଡ଼ା ଗାଁରେ ୯ ତାଖିରୁ ମନ୍ଦିର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଚାଲିଥିଲା। ୫ ଦିନ ଧରି ବେସ୍ ଉତ୍ସାହରେ ଗାଁ ର ଲୋକମାନେ ବିତାଉଥିଲେ। ଆଜି ଶେଷଦିନରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ନାଟକକୁ ଦେଖିବା ପାଇଁ ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆସିଥିଲେ। ଆଉ ନାଟକ ଦେଖିବା ସମୟରେ ବର୍ଷା ଆରମ୍ଭ ହୋଇଥିଲା। ଷ୍ଟେଜର ଆଗରେ ବସିଥିବା ଶିଶୁ ମାନେ ଭୟରେ ଷ୍ଟେଜ ତଳେ ପଶିଯାଇଥିଲେ। ଫଳରେ ବର୍ଷା ଯୋଗୁଁ ଆର୍ଥିଙ୍ଗ ହୋଇ କରେଣ୍ଟ ଲାଗିଥିବା ଗାଁ ଲୋକ କହିଛନ୍ତି।

କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଅନ୍ୟ ୨ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Advertisment
Electric Shock