Advertisment

ଗାଈ ପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍; ୧୦ ମୃତ

ଟ୍ରେନ ଧକ୍କାରେ ଏତେ ସଂଖ୍ୟକ ଗାଈ ଗୁଡ଼ିକ ମୃତ୍ୟୁ ଘଟିବାକୁ ନେଇ ଗୋପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Railway track

Railway track

Advertisment

ଗାଈ ପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା କିଛି ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂ ଝରଣ ଗାଁ ନିକଟରେ ଥିବା ରେଳ ଧାରଣାରେ।

Advertisment

ଗତକାଲି ଗାଈ ପଲ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଗାଈ ଆହତ ହୋଇଥିଲେ। ଆଜି ରେଳବାଇ ପୁଲିସ ଓ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କ ମୃତଦେହକୁ ରେଳଧାରଣ ନିକଟରୁ ଉଦ୍ଧାର କରିଛନ୍ତି।

ଟ୍ରେନ ଧକ୍କାରେ ଏତେ ସଂଖ୍ୟକ ଗାଈ ଗୁଡ଼ିକ ମୃତ୍ୟୁ ଘଟିବାକୁ ନେଇ ଗୋପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe